Breaking PLUSଦେଶମୁଖ୍ୟ ଖବର

୨୮୭ ଦିନ ମଧ୍ୟରେ ଦେଶରେ ଆଜି ସର୍ବନିମ୍ନ ରହିଛି ଦୈନିକ କରୋନା ସଂକ୍ରମିତ ସଂଖ୍ୟା

୨୪ ଘଣ୍ଟାରେ ୧୯୭ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ

ଦେଶରେ ୨୮୭ ଦିନ ମଧ୍ୟରେ ଆଜି ସର୍ବନିମ୍ନ ରହିଛି ଦୈନିକ କରୋନା ସଂକ୍ରମିତ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮ ହଜାର ୮୬୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୪ ଲକ୍ଷ ୫୬ ହଜାର ୪୦୧ରେ ପହଞ୍ଚିଛି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ ୧୧ ହଜାର ୯୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତା ସଂଖ୍ୟାକୁ ମିଶାଇ ଦେଶରେ ମୋଟ ୩ କୋଟି ୩୮ ଲକ୍ଷ ୬୧ ହଜାର ୭୫୬ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।

ଏହା ସହିତ ୨୪ ଘଣ୍ଟାରେ ୧୯୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୩ ହଜାର ୮୫୨ ଜଣ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି ।

ଦେଶରେ ବର୍ତ୍ତମାନ ୧ ଲକ୍ଷ ୩୦ ହଜାର ୭୯୩ ସକ୍ରିୟ ମାମଲା ରହିଛନ୍ତି ।

ସେହିପରି ଦେଶରେ ଚାଲିଥିବା ଟୀକକରଣ ଅଭିଯାନରେ ଆଜି ସୁଦ୍ଧା ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ୪୫ ଡୋଜ୍ ଟିକା ଦିଆ ସରିଛି । ଗତ ୨୪ ଘଣ୍ଟାରେ ମୋଟ ୫୯ ଲକ୍ଷ ୭୫ ହଜାର ୪୬୯ ଡୋଜ୍ ଟିକା ଦିଆଯାଇଛି ।

Show More

Related Articles

Back to top button