କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ଟ୍ରମ୍ପ ଦମ୍ପତି
କରୋନା ଭୂତାଣୁ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ସବୁଠୁ ଅଧିକ ଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ, ଆଜି ମୋର ଏବଂ ପତ୍ନୀ ମେଲାନିଆଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି।
ଆମେ ତୁରନ୍ତ ଆମର କ୍ବାରେଣ୍ଟାଇନ ଏବଂ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବୁ | ଆମେ ସାଥୀ ହୋଇ ଏହାକୁ ସାମ୍ନା କରିବୁ ବୋଲି ଲେଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ଏହା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହେବା ଖବର ଟ୍ରମ୍ପ ଟୁଇଟ୍ କରି ଜଣାଇଥିଲେ। ଏହା ସହ ତାଙ୍କର ଏବଂ ପତ୍ନୀ ମେଲାନିଆଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଥିବା କଥା ସେ ଟୁଇଟ୍ କରି ଜଣାଇଥିଲେ। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାଇଛନ୍ତି। ବର୍ତ୍ତମାନ ଆମେରିକାରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଟ୍ରମ୍ପଙ୍କ କରୋନା ଆକ୍ରାନ୍ତ ହେବା ତାଙ୍କ ପ୍ରଚାର କାମରେ ବାଧକ ସାଜିବ।