୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ ଜଣ କରୋନା ଆକ୍ରାନ୍ତ
ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୩୮୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୫ ଜଣ ଅଛନ୍ତି । ଏହି ୩୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୧୬୪ ଜଣ ହେଉଛନ୍ତି ଲୋକାଲ କେସ । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯୫ ଜଣ ଚିହ୍ନଟ ହୋଇଛନ୍ତି ।
ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ନୂତନ ୩୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୨୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୦,୩୩,୦୨୭ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ ରହିଛନ୍ତି ୨,୯୮୦ ।
7. Deogarh: 6
8. Dhenkanal: 5
9. Gajapati: 7
10. Ganjam: 3
11. Jagatsinghpur: 10
12. Jajpur: 10
13. Jharsuguda: 1
14. Kandhamal: 1
15. Kendrapada: 6
16. Keonjhar: 4
17. Khurda: 195
18. Mayurbhanj: 2
19. Nawarangpur: 1
20. Nayagarh: 6
21. Puri: 12
22. Rayagada: 1
23. Sambalpur: 18— I & PR Department, Odisha (@IPR_Odisha) November 10, 2021