Breaking PLUSଓଡ଼ିଶାମୁଖ୍ୟ ଖବର

ତଦନ୍ତରେ କୌଣସି ପକ୍ଷପାତିତା କରାଯିବନି- କ୍ରାଇମବ୍ରାଂଚ

ପୁରୀ- ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବବ୍ୟହାର ଓ ନିର୍ଯାତନା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା ପ୍ରତିକ୍ରିୟା ରଖିଛନ୍ତି । ଅଟକ ୭ ଜଣଙ୍କୁ ଜେରା କରିଛୁ । ମେଜର ଓ ବାନ୍ଧବୀଙ୍କ ସହ କଥା ହେବୁ । ସବୁ ପକ୍ଷର କଥା ଶୁଣାଯିବ, ଟିକ୍‌ନିକ୍ ତଥ୍ୟ ପ୍ରମାଣ ସଂଗ୍ରହ କରାଯିବ  । ତଦନ୍ତରେ କୌଣସି ପକ୍ଷପାତିତା କରାଯିବନି ବୋଲି ଡିଏସ୍‌ପି କହିଛନ୍ତି ।

ଅନ୍ୟପଟେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଭରତପୁର ଥାନାର ଅନ୍ୟ ପୋଲିସ କର୍ମଚାରୀଙ୍କୁ ବି ଜେରା କରାଯାଇଛି । ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଛନ୍ତି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ  ।  ଅନ୍ୟପଟେ ମେଜର ଓ ବାନ୍ଧବୀଙ୍କୁ ରୋଡ୍ ରୋମିଓ ଦୁର୍ବ୍ୟବହାର କରିବା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । ଫେରାର୍ ଥିବା ଆହୁରି ୩/୪ ଯୁବକଙ୍କୁ ଖୋଜୁଛି ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button