କଲମ୍ବୋ:ଶ୍ରୀଲଙ୍କାରେ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଲାଗି ରହିଛି ଘୋର୍ ସଙ୍କଟ । ଏହି ସଙ୍କଟ ମଧ୍ୟରେ ସରକାରଙ୍କ ବିରୋଧରେ ଜନସାଧାରଣ ବିରୋଧ ପ୍ରଦର୍ଶନ କରିଛନ୍ତି । ଜନତାଙ୍କ ବିରୋଧକୁ ଦେଖି ଶୁକ୍ରବାର ରାତିରେ ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ଭବନ ଛାଡ଼ି ପଳାୟନ କରିଛନ୍ତି । ତେବେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ,ସେ ନେଇ କୌଣସି ସୂଚନା ନାହିଁ ।
ଏହାପରେ ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ଜନତା । ବର୍ତ୍ତମାନ ମିଳିଥିବା ସୂଚନା ଆସନ୍ତା ୧୩ ଅନୁସାରେ
ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଗୋଟାବାୟା ରାଜପାକ୍ଷେ । ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଘରୋଇ ବାସଭବନରେ ମଧ୍ୟ ଶନିବାର ରାତିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ବିକ୍ଷୁବ୍ଧ ଜନତା ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ପୁଲିସ କର୍ମଚାରୀଙ୍କ ସହ ୨୧ଜଣ ଆହତ ହୋଇଛନ୍ତି । ଜନତାଙ୍କୁ ଘଉଡ଼ାଇବାରେ ପୁଲିସ ବିଫଳ ହେବା ପରେ ସେମାନେ ରାଷ୍ଟ୍ରପତିଙ୍କ ସୁଇମିଂ ପୁଲ୍ରେ ପହଁରିବାସହ ରୋଷେଇ ଘରେ ପ୍ରବେଶ କରିଛନ୍ତି ।