Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଶ୍ରାବଣ ଶେଷ ସୋମବାର, ମହାକାଳ ମନ୍ଦିରରେ ପ୍ରବଳ ଭିଡ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ଶ୍ରାବଣ ସୋମବାରରେ ପ୍ରବଳ ଗହଳି ଜମିଛି । ଶ୍ରାବଣ ମାସର ଅଷ୍ଟମ ତଥା ଶେଷ ସୋମବାରରେ ଭକ୍ତି ଓ ବିଶ୍ୱାସର ମହାମିଳନ ଦେଖିବାକୁ ମିଳିଛି ଏହି ମନ୍ଦିରରେ । ମଧ୍ୟରାତ୍ରିରୁ ଭକ୍ତମାନେ ମନ୍ଦିରକୁ ଆସୁଥିବାର ଦେଖିବାକୁ ମିଳିଥିଲା ।

ରାତି ପ୍ରାୟ 2.30 ସମୟରେ ମହାକାଳ ମନ୍ଦିରର ଦ୍ୱାର ଫିଟାଯାଇଥିଲା । ଏହାପରେ ମନ୍ଦିର ପରିସର ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ହଜାର ହଜାର ଲୋକ ଭସ୍ମ ଆଳତୀରେ ସାମିଲ ହୋଇଥିଲେ । ଏହାପରେ ଦର୍ଶନ ଆରମ୍ଭ ହୋଇଥିଲା ।

Show More

Related Articles

Back to top button