Breaking PLUSଦେଶମୁଖ୍ୟ ଖବର

କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ କଟକଣା ଜାରି

କୋଲକାତା- କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ ବେଆଇନ ଭାବେ ୫ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ସମାଗମକୁ ରୋକିବା ପାଇଁ କୋଲକାତା ପୁଲିସ ଆଜିଠାରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଲାଗୁ କରିଛି। ଏହି ଧାରା ଅନୁଯାୟୀ, ସେଠାରେ ଲୋକମାନଙ୍କୁ ଏକତ୍ରିତ ହେବା ଉପରେ କଟକଣା ଜାରି ହୋଇଛି। ମେଡିକାଲ କଲେଜରେ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ଘଟିଥିବା ଭଙ୍ଗାରୁଜା ଘଟଣାରେ ଭାରତୀୟ ଛାତ୍ର ମହାସଂଘର ଦୁଇ ନେତାଙ୍କୁ ବେହାଲା ଅଞ୍ଚଳରୁ ପୁଲିସ ଉଠାଇ ନେଇଛି। ଅନ୍ୟପକ୍ଷରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ ଆଜି ପୁଣି ଥରେ ସିବିଆଇ ସିଜିଓ କମ୍ପ୍ଲେକ୍ସରେ ଡକାଇ ପଚରାଉଚରା କରିଛି। ଗତକାଲି ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଥିଲା।

Show More

Related Articles

Back to top button