Breaking PLUSଓଡ଼ିଶାମୁଖ୍ୟ ଖବର
କଟକରୁ କୁମ୍ଭମେଳା ଫେରନ୍ତା ୧୩ କରୋନା ପଜିଟିଭ ଚିହ୍ନଟ
ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଜଣ କୁମ୍ଭ ମେଳା ଫେରିଥିବା ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧୩ ଜଣ କଟକ ସହର ଏବଂ ୧୦ ଜଣ ରାୟଗଡା ସହରର ବୋଲି ଜଣାପଡ଼ିଛି।

ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଜଣ କୁମ୍ଭ ମେଳା ଫେରିଥିବା ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧୩ ଜଣ କଟକ ସହର ଏବଂ ୧୦ ଜଣ ରାୟଗଡା ସହରର ବୋଲି ଜଣାପଡ଼ିଛି।
ସିଏମସି ରିପୋର୍ଟ ଅନୁଯାୟୀ ସୋମବାର ଦିନ ହରିଦ୍ୱାରରୁ ୩୦ ଜଣ ଲୋକ ସହରକୁ ଫେରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତ ୩୦ ଜଣ ବ୍ୟକ୍ତି କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରାଯାଇଥିଲା। ସଂକ୍ରମିତ ଲୋକଙ୍କୁ ଏବେ ପୃଥକ୍ ରଖାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କଠାରୁ ମିଳିଥିବା ଖବର ଅନୁଯାୟୀ, କଟକ ସହରର ୯ ଜଣ ପରିବାର ହରିଦ୍ୱାର ଯାତ୍ରା କରିଥିଲେ।