Breaking PLUSଓଡ଼ିଶାମୁଖ୍ୟ ଖବର

ଯୁବ ଡାକ୍ତରଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ାମ୍ବିଳାର ଏଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ଡାକ୍ତରଙ୍କୁ ଆକର୍ଷଣୀୟ ଅଫର ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ାମ୍ବିଳାର ଏଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ଡାକ୍ତରଙ୍କୁ ଆକର୍ଷଣୀୟ ଅଫର ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ବିଟକଏନ ମାଇନିଂ କମ୍ପାନୀରୁ ମେସେଜ କରି ଆକର୍ଷଣୀୟ ଅଫର ଦେଇ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁସାରେ, ଅକ୍ଷୟ ମହାନ୍ତିଙ୍କ ପୁଅ ବାଦଲ ଡାକ୍ତରୀ ପାଠ ଶେଷ ପରେ ବର୍ଷକ ତଳେ ରାଜକନିକା ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ । ଗାଁରେ ଘର ତିଆରି କରିବା ପାଇଁ ସେ ବ୍ୟାଙ୍କରୁ ଋଣ କରିଥିଲେ ।

ଗତ ମେ ମାସ ୧ ତାରିଖ ଇନ୍‌ଷ୍ଟାଗ୍ରାମରେ ତାଙ୍କ ମୋବାଇଲ ନମ୍ବରକୁ ବିଟ୍‌କଏନ ମାଇନିଂ ଲିମିଟେଡ୍‌ ଡଟ୍‌କମ୍‌ରୁ ଏକ ମେସେଜ୍‌ ଆସିଥିଲା । ୧୨୦ ଡଲାର ଅର୍ଥାତ ୯ ହଜାର ଟଙ୍କା ପଠାଇଲେ ବଦଳରେ ୧୩୦୦ ଡଲାର ଅର୍ଥାତ ୧ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିଲା ।

ବାଦଲ ପ୍ରଲୋଭିତ ହୋଇ ସେଥିରେ ୯ ହଜାର ଟଙ୍କା ସଂପୃକ୍ତ କମ୍ପାନୀ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ପରେ ବାରମ୍ବାର ଆକର୍ଷଣୀୟ ମେସେଜ୍‌ ଆସିଥିଲା । ବାଦଲ ଆକର୍ଷିତ ହୋଇ ମେ ପହିଲାରୁ ମେ ୩୦ ତାରିଖ ସୁଦ୍ଧା ୯ଟି ପର୍ଯ୍ୟାୟରେ ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା ସଂପୃକ୍ତ କମ୍ପାନୀର ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ ।

ଏତେ ବିପୁଳ ଟଙ୍କା ଟ୍ରାନ୍ସଫର କରିବା ପରେ ସନ୍ଦେହ ହେବାରୁ ସେ ଆଳି ଥାନା ଆଇଆଇସିଙ୍କୁ ଜଣାଇବା ପରେ ତାଙ୍କ ପରାମର୍ଶ କ୍ରମେ କଟକ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଫେକ୍‌ କମ୍ପାନୀ ପକ୍ଷରୁ ଏବେ ବି ବାଦଲଙ୍କ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟ୍‌ସଆପ୍‌କୁ ପୁଣି ଟଙ୍କା ପଠାଇବା ପାଇଁ ମେସେଜ୍‌ ଆସୁଥିବା ସୂଚନା ମିଳିଛି ।

Show More

Related Articles

Back to top button