Breaking PLUSଓଡ଼ିଶାମୁଖ୍ୟ ଖବର

ମୋବାଇଲ ରିଚାର୍ଜ ନାଁରେ ଠକେଇର ଶିକାର

ଭୁବନେଶ୍ୱର- ମୋବାଇଲ ରିଚାର୍ଜ ନାଁରେ ଠକେଇର ଶିକାର ହୋଇଛନ୍ତି ଯୁବତୀ। ୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ନିଜ ମୋବାଇଲ ରିଚାର୍ଜ କରୁ କରୁ ଭୁଲ ବଶତଃ ନିଜ ମୋବାଇଲ ନମ୍ବର ପରିବର୍ତ୍ତେ ଅନ୍ୟ ଏକ ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଲେ । ସେହି ନମ୍ବରକୁ କଲ କରି ବ୍ୟକ୍ତିଙ୍କୁ ପୁନଃ ରିଚାର୍ଜ କରିଦେବା ପାଇଁ ଅନୁରୋଧ କରିଥିଲେ। ବ୍ୟକ୍ତି ଜଣଙ୍କ ରିଚାର୍ଜ କରିବାକୁ ମନା କରିବା ପରେ ଗୁଗୁଲରେ ଫୋନପେ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ ଯୁବତୀ।

ଗୁଗୁଲରେ ପାଇଥିବା ନମ୍ବରକୁ କଲ୍ କରି ସହାୟତା ମାଗିଥିଲେ । ହେଲେ ଗୁଗୁଲରେ ଦିଆଯାଇଥିବା ନମ୍ବର ସାଇବର ଲୁଟେରାଙ୍କର ବୋଲି ଜାଣି ପାରିନଥିଲେ ଯୁବତୀ। ଶେଷରେ ସାଇବର ଲୁଟେରା ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ଟଙ୍କା ଠକିନେଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ମଧ୍ୟ କରିଥିଲେ । ଘଟଣାର ମାସେ ପରେ ଦରଖାସ୍ତ ଦେଇ ପୁଣି ବ୍ୟାଙ୍କରେ ଆକାଉଣ୍ଟ ରିଆକ୍ଟିଭ କରିବା ପରେ ପର୍ଯ୍ୟାୟ କ୍ରମେ ପ୍ରାୟ ୩ ଲକ୍ଷ ଟଙ୍କା ଆକାଉଣ୍ଟରୁ କଟିଯାଇଥିବା କହିଛନ୍ତି ଯୁବତୀ। ଏନେଇ ସେ ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button