Breaking PLUSଦେଶମୁଖ୍ୟ ଖବର
ମୁମ୍ବାଇରେ ଝଡ ତୋଫାନ, ହୋର୍ଡିଂ ଖସି 3 ମୃତ

ମୁମ୍ବାଇ- ମୁମ୍ବାଇରେ ପ୍ରବଳ ଧୂଳି ଝଡ ଯୋଗୁଁ ଏକ ହୋର୍ଡିଂ ଭାଙ୍ଗି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି ବର୍ଷାରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ଡାଇଭର୍ଟ କରାଯିବା ସହ କେତେକର ସମୟ ବଦଳାଇ ଦିଆଯାଇଛି। ମୁମ୍ବାଇ ମେଟ୍ରୋ ମଧ୍ୟ ଅଟକି ଯାଉଛି ବୋଲି ଖବର ଆସିଛି। ଥାନେ ଜିଲାର ବଦଲାପୁର ଏବଂ ଭଙ୍ଗାନି ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ବହିଛି। ମୁମ୍ବାଇର ଅନେକ ସ୍ଥାନରେ ଆଜି ଅପରାହ୍ନରେ ଅଚାନକ ପାଗ ବଦଳିଯାଇଥିଲା । ପ୍ରବଳ ଜୋରରେ ଝଡ ତୋଫାନ ହୋଇଥିଲା ।