ଦେଶପାଣିପାଗ

ଆଜି ମଧ୍ୟରାତ୍ରିରେ ତାମିଲନାଡୁ, ପୁଡ୍ଡୁଚେରୀ ଅତିକ୍ରମ କରିବ ବାତ୍ୟା ମ୍ୟାଣ୍ଡସ୍‌

ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇଛି ମ୍ୟାଣ୍ଡସ୍‌ । ଆଜି ମଧ୍ୟରାତ୍ରିରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ, ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ରହିବ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର୍ । ଏନେଇଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଗାମୀ ୬ ଘଣ୍ଟା ଧରି ଭୀଷଣ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍‌ ତା’ର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ତା’ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସାମାନ୍ୟ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ବାତ୍ୟା ପ୍ରକୋପରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି।

ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଜି ପୁଡ୍ଡୁଚେରୀ ଓ କାରଈକାଲରେ ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରଖାଯାଇଛି। ସେହିପରି ତାମିଲନାଡୁର ତୁତୁକୁଡ଼ି, ତେନି ଏବଂ ସିରୁମଲାଇରେ ବି ବର୍ଷାଜନିତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।

 

Show More

Related Articles

Back to top button