Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫେଙ୍ଗଲ
ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫେଙ୍ଗଲ । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟାକୁ ନେଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳଗୁଡିକ ଲାଗି ଆଇଏମ୍ଡି ରେଡ୍ ଆଲର୍ଟ ଜାରି କରିଛି। ଆଇଏମଡିର କହିବା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ୨ଟା ୩୦ରେ ଲଘୁଚାପ ବାତ୍ୟାର ରୂପ ନେଇଛି। ଏହା ଏବେ ପୁଡୁଚେରୀ ଉପକୂଳର ଦକ୍ଷିଣ-ପଶ୍ଚିମକୁ ୩୫୦ କିମି ଦୂରରେ ରହିଛି। ଆଜି ଅପରାହ୍ନରେ ଏହା କରାଇକାଲା ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟାର ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।