ଓଡ଼ିଶାପାଣିପାଗ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇବ ବାତ୍ୟା ‘ସିତ୍ରଙ୍ଗ’

ଓଡିଶା ଛୁଇଁବନି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇବ ବାତ୍ୟା ‘ସିତ୍ରଙ୍ଗ’ । ସମ୍ଭାବ୍ୟ ବାତ୍ୟା ସିତରଙ୍ଗ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୨ ରେ ଅବପାତର ରୂପ ନେବ। ୨୩ ତାରିଖ ସୁଦ୍ଧା ଗଭୀର ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଗଭୀର ଅବପାତ ୨୪ ତାରିଖରେ ସାମୁଦ୍ରିକ ଝଡ଼ର ରୂପ ନେବ ଏବଂ  ଆସନ୍ତା ଅକ୍ଟୋବର ୨୫ରେ ସ୍ଥଳ ଭାଗ ଛୁଇଁବ । ଏନେଇ ବୋଲି ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରିବ। ସିତ୍ରଙ୍ଗ ଓଡ଼ିଶା ଉପକୂଳ ଦେଇ ଗତି କରିବନି । କିନ୍ତୁ ଏହା ସମୁଦ୍ର ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ। ଏହି ସାମୁଦ୍ରକ ଝଡ଼ ଓଡ଼ିଶା ଉପକୂଳ ଠାରୁ ୨୦୦ କିମି ଦୂରରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶେଷରେ ଅକ୍ଟୋବର ୨୫ରେ ପଶ୍ଚିମବଙ୍ଗ କିମ୍ୱା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଓଡ଼ିଶାରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

Show More

Related Articles

Back to top button