Breaking PLUSଓଡ଼ିଶାମୁଖ୍ୟ ଖବର
ଆଜ୍ଞାମାଳ ଲାଗି ହେବା ପରେ ଦକ୍ଷିଣମୋଡ ହେଉଛି ତିନି ରଥ
ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ତିନି ରଥରେ ଆଜ୍ଞାମାଳ ଲାଗି ହେବା ପରେ ରଥକୁ ଦକ୍ଷିଣମୋଡ କରାଯାଉଛି । ଏଥିପାଇଁ ତିନି ରଥର ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିଲା । ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି ରଥର ଆବଶ୍ୟକୀୟ ମରାମତି କରିଛନ୍ତି

ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ତିନି ରଥରେ ଆଜ୍ଞାମାଳ ଲାଗି ହେବା ପରେ ରଥକୁ ଦକ୍ଷିଣମୋଡ କରାଯାଉଛି । ଏଥିପାଇଁ ତିନି ରଥର ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିଲା । ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି ରଥର ଆବଶ୍ୟକୀୟ ମରାମତି କରିଛନ୍ତି । ସେପଟେ ପୁରୀ ସହରରେ ପୁଣି ଲାଗିବ କର୍ଫ୍ୟୁ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ କର୍ଫ୍ୟୁ କଟକଣା ଲାଗିବ । ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ବାହୁଡା଼ ସମୟରେ କର୍ଫ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି ।