Breaking PLUSଦେଶମୁଖ୍ୟ ଖବର

ଆଧ୍ୟାତ୍ମିକ ଗୁରୁ ଦଲାଇଲାମାଙ୍କ ବାର୍ତ୍ତା, ବୋଧିଚିତ ଅଭ୍ୟାସ ଜୀବନକୁ ଆନନ୍ଦମୟ କରିଥାଏ

ଗ୍ୟାଙ୍ଗଟକ, 12 ଡିସେମ୍ବର – ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଯେ, ବୋଧିଚିତର ଅଭ୍ୟାସ ଜୀବନକୁ ଆନନ୍ଦମୟ କରିଥାଏ । ସେ ପିଲାବେଳୁ ଏହାର ଅଧ୍ୟୟନ ଓ ଏହାର ନିୟମିତ ଅଭ୍ୟାସ କରିଆସୁଛନ୍ତି । ଏହି କାରଣରୁ ଆଜି 88 ବର୍ଷ ବୟସରେ ବି ସେ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି । ସିକିମର ରାଜଧାନୀ ଗ୍ୟାଙ୍ଗଟର ପାଲ୍ଜୋର ଷ୍ଟାଡିୟମରେ ଆୟୋଜିତ ପ୍ରବଚନରେ ଦଲାଇଲାମା ଏହି ବାର୍ତ୍ତା ଦେଇଛନ୍ତି ।
ଦଲାଇଲାମାଙ୍କ ବୋଧିସତ୍ୱର 37 ଅଭ୍ୟାସ ଉପରେ ଆଧାରିତ ପ୍ରବଚନ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରେମସିଂହ ତମାଙ୍ଗ, ମନ୍ତ୍ରୀ, ବିଧାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବହୁ ସଂଖ୍ୟାରେ ତାଙ୍କ ଅନୁଗାମୀ ଉପସ୍ଥିତ ଥିଲେ । ଦଲାଇଲାମା ସମସ୍ତଙ୍କୁ ଜୀବନରେ ବୋଧିଚିତର ନିୟମିତ ଅଭ୍ୟାସ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହାଦ୍ୱାରା ମନ ଶାନ୍ତ ରହିଥାଏ ।ଶାନ୍ତ ମନ ହିଁ ଦେହ ଓ ମନକୁ ସୁସ୍ଥ ରଖିଥାଏ । ବୋଧିଚିତର ଅଭ୍ୟାସ ପବିତ୍ର ଚିନ୍ତାଧାରା ଅଟେ । ଏହା ସମସ୍ତ ପ୍ରାଣୀଙ୍କ ପ୍ରତି କଲ୍ୟାଣ ଭାବନା ସଂଚାର କରିଥାଏ ।

Show More

Related Articles

Back to top button