Breaking PLUSଓଡ଼ିଶାମୁଖ୍ୟ ଖବର
ସ୍ଥଳଭାଗ ଅତିକ୍ରମ କରୁଛି ଦାନା

ଭୁବନେଶ୍ୱର- ସାମୁଦ୍ରିକ ଝଡ଼ ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଜାରି ରଖିଛି। ସାମୁଦ୍ରିକ ଝଡ଼ ଭିତରକନିକା ଓ ଧାମରା ମଧ୍ୟରେ ରାତି ୧୨ଟା ୫ ମିନିଟ୍ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବରେ ଭିତରକନିକାରେ ସମୁଦ୍ରରେ ୧ ମିଟରରୁ ଅଧିକ ଉଚ୍ଚର ଜୁଆର ଆସୁଥିବା ଜଣାପଡ଼ିଛି। ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଛି। ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ସାମୁଦ୍ରିକ ଝଡ଼ ‘ଦାନା’ରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।