Breaking PLUSଓଡ଼ିଶାମୁଖ୍ୟ ଖବର

ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫୁଲବାଣୀ – ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ ଡିଏସପି ରଜତ କୁମାର ରାୟ । ପୂର୍ବରୁ ଗୋଛାପଡ଼ା ଥାନାର ଏସଆଇ ଓ ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ୨୮ ତାରିଖରେ ଘାଟି ତଳୁ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା । ପୋଲିସ ପିଟିପିଟି ମାରିବା ପରେ ଫିଙ୍ଗି ଥିବା ଅଭିଯୋଗ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button