Breaking PLUSଓଡ଼ିଶାମୁଖ୍ୟ ଖବର
ଦାରିଙ୍ଗବାଡ଼ିରେ ଅସହ୍ୟ ଥଣ୍ଡା
ଦାରିଙ୍ଗବାଡ଼ିରେ ଅନୁଭୂତ ହେଉଛି ଅସହ୍ୟ ଥଣ୍ଡା । ପ୍ରତ୍ୟେକ ଦିନ ନିମ୍ନଗାମୀ ହେଉଛି ପାରଦ । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା ।
ପୁଣି ଆଜି ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇ ୯ ଡିଗ୍ରୀରେ ପହଞ୍ଚିଛି । ଯାହାକି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଲୋକେ ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ସଠିକ ସମୟରେ କାମଧନ୍ଦାକୁ ଯାଇ ପାରୁନାହାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ସକାଳେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।