Breaking PLUSଓଡ଼ିଶାମୁଖ୍ୟ ଖବର

ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଲା ବସ୍‌, ୩୦ରୁ ଅଧିକ ଆହତ

ଏକ ଯାତ୍ରୀବାହୀ ବସ୍ ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଜୟ ମା’ ତାରିଣୀ ବସ୍ ରାଇକିଆରୁ ଭୁବନେଶ୍ବର ଆସିବା ସମୟରେ ନୂଆ ଗାଁ ଥାନା ସୋରଡା ଛକରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ହସ୍ପିଟାଲ ପଠାଇଛନ୍ତି । ପରେ ପରେ ନୂଆ ଗାଁ ପୁଲିସ, ନୟାଗଡ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଛି ଲୋକ ବସ୍ ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button