Breaking PLUSଓଡ଼ିଶାମୁଖ୍ୟ ଖବର

3ରୁ 5ଡିଗ୍ରୀ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର- ରାଜ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖ ଉପକୂଳ ଓଡିଶାରେ ବର୍ଷା ଆକଳନ କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ବର୍ଷା ଆକଳନ କରାଯାଇଛି। ୧୮ ଓ ୧୯ରେ କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।୧୮ରେ ବଲାଙ୍ଗୀର, ବରଗଡ, ଝାରସୁଗୁଡା, ନୂଆପଡାରେ ଗ୍ରୀଷ୍ମପ୍ରବାହ ହେବ। ଟ୍ୱିନ୍ ସିଟିରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ଛୁଇଁବ।

Show More

Related Articles

Back to top button