ଆଇନ କାନୁନଓଡ଼ିଶାପୂଜା ପାର୍ବଣସ୍ୱତନ୍ତ୍ର

ପାର୍ବଣ ଅବସରରେ ରାଜଧାନୀବାସୀଙ୍କ ନିରାପଦ ପାଇଁ ଏହିସବୁ ଅପିଲ କଲେ ଡିସିପି ପ୍ରତୀକ ସିଂହ

ଆଜି ହେଉଛି ନବରାତ୍ରୀର ୭ମ ଦିନ ଅଥବା ସପ୍ତମୀ । ଆଉ ୩ ଦିନ ପରେ ଆରମ୍ଭ ହୋଇଯିବ ଦଶହରା । ଏହି ସମୟରେ ସହରର ରାଜପଥ ସହିତ ଗଳିକନ୍ଦିରେ ମଧ୍ୟ ଭିଡ ଜମିବ । ତେଣୁ ଏହି ସମୟରେ ରାଜଧାନୀବାସୀ ଯତ୍ନଶୀଳ ହେବା ଉଚିତ୍ । ତେବେ ରାଜଧାନୀବାସୀଙ୍କ ସତର୍କ ବା ନିରାପଦ ପାଇଁ ଏହିସବୁ ଅପିଲ କଲେ ଡିସିପି ପ୍ରତୀକ ସିଂହ ।

-ଯଦି ଘର ଛାଡି ବାହାରକୁ ଯାଉଛନ୍ତି,ତେବେ ଆପଣଙ୍କ ବିଶ୍ୱସ୍ତ ପରିଜନଙ୍କ ଦାୟିତ୍ବରେ ଘର ଛାଡି ଯାଆନ୍ତୁ ।

-ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ ।

-ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । କାରଣ ଏହି ସମୟରେ ଟ୍ରାଫିକ ଭିଡ ହେବ ।

-ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ୟବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ ।

-ମଣ୍ଡପ କିମ୍ବା ଜନଗହଳି ସ୍ଥାନରେ ନିଜର ସମସ୍ତ ସାମଗ୍ରୀକୁ ନିଜ ଦାୟିତ୍ବରେ ରଖନ୍ତୁ ।

-ସନ୍ଦେହଜନକ ବ୍ୟକ୍ତି ବା କୌଣସି ସନ୍ଦେହଜନକ ଜିନିଷ ଦେଖିଲେ ୧୧୨କୁ କଲ କରି ଜଣାନ୍ତୁ ।

Show More

Related Articles

Back to top button