ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର
ଆରପାରିରେ ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ
ଆଉ ନାହାଁନ୍ତି ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ । ଦୀର୍ଘ ଦିନ ଧରି ଅସୁସ୍ଥତା ଅନୁଭବ କରୁଥିଲେ । ଆଜି ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି । ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।
ତାଙ୍କ ମୃତଦେହକୁ ଆଜି ଏବଂ ଆସନ୍ତାକାଲି ଶେଷ ଦର୍ଶନ ପାଇଁ ରଖାଯିବ ଏବଂ ଆସନ୍ତା ସୋମବାର ୩.୩୦ରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶେଷ ରୀତିନୀତି ଅନୁଷ୍ଠିତ ହେବ।
ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ, ସେ ତାଙ୍କର ୯୯ତମ ଜନ୍ମଦିନ ପାଳନ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଭାଗ ନେବା ପରେ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଜେଲ ଯାଇଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ସେ ଏକ ଦୀର୍ଘ ଆଇନଗତ ଲଢେଇ ମଧ୍ୟ କରିଥିଲେ।