
ଭୟଙ୍କର ବନ୍ୟାରେ ବେହାଲ ପାକିସ୍ଥାନ । ଗତ କିଛିଦିନ ହେବ ମୌସୁମିଜନିତ ଲଗାଣ ବର୍ଷା ଯୋଗୁଁ ଦେଶରେ ବିଭିନ୍ନ ଅଞ୍ଚଳରେ ସଙ୍ଗୀନ ହେଉଛି ପରିସ୍ଥିତି । ଯୁଆଡେ ଚାହିଁଲେ ଜଳମୟ । ରାସ୍ତାଘାଟ,ଘରଦ୍ୱାର ସବୁଆଡେ ଜଳମଗ୍ନ । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦେଶବାସୀ ।
ସେହିପରି ଏକ ହଜାରରୁ ଉର୍ଦ୍ଦ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଜୋଜ ଅଛନ୍ତି । ଅତ୍ୟାବଶକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି ।