Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା
ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ
ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ଏକାଦଶ ପାଇଁ ହେବ ନିଷ୍ପତ୍ତି

ରାଜ୍ୟରେ ବିଦ୍ୟାଳୟ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ । ପୂଜା ସାରିବା ପରେ ସ୍କୁଲ ଖୋଲିବା ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସରକାର ବିଦ୍ୟାଳୟ ଖୋଲିବା ଉପରେ ଯେତେବେଳେ ଯାହା ନିଷ୍ପତ୍ତି ନେବେ ତାହା ଗଣମାଧ୍ୟମକୁ ସଙ୍ଗେ ସଙ୍ଗେ ଜଣାଇଦିଆଯିବ ।
ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି । ଏକାଦଶ ଶ୍ରେଣୀ ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି କି, ପ୍ରଥମ ପର୍ୟ୍ୟାୟ ନାମଲେଖା ଶେଷ ହୋଇଛି, ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଏ ସଂକ୍ରାନ୍ତରେ ଯାହା ନିଷ୍ପତ୍ତି ନିଆଯିବ । ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ପରେ ସ୍କୁଲ କେବେ ଖୋଲିବ ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ସନ୍ଦିହାନ ଅବସ୍ଥାରେ