ବଲିଉଡ

ପୁଣି ହଲିଉଡରେ ଦୀପିକା

ନିଜ ପ୍ରଡକ୍ସନ ବ୍ୟାନରରେ ଅଭିନୟ କରିବେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ତାହା ପୁଣି ହଲିଉଡ । ୨୦୧୭ରେ ‘XXX: ରିଟର୍ଣ୍ଣ ଅଫ୍‌ ଜେଣ୍ଡର କେଜ୍‌’ ଫିଲ୍ମ ଜରିଆରେ ଦୀପିକା ହଲିଉଡରେ ଡେବ୍ୟୁ କରିଥିଲେ । ହଲିଉଡ ଭଅିନେତା ଭିନ୍‌ ଡିଜେଲ୍‌ଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏଥିରେ ତାଙ୍କୁ ଏକ ଆକ୍ସନ ଗାର୍ଲ ରୂପେ ଦେଖିବାକୁ ମିଳିଥିଲା।

ହେଲେ ଏଥର ଦୀପିକାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ । ମିଡିଆ ରିପୋର୍ଟ ମୁତାବକ, ଦୀପିକା ଯେଉଁ ହଲିଉଡ ମୁଭିରେ କାମ କରିବେ ବର୍ତ୍ତମାନ ଯାଏଁ ତା’ର ଟାଇଟଲ କ’ଣ ରହିବ ତାହା ଜଣାପଡି ନାହିଁ । କିନ୍ତୁ ଏହାକୁ କ୍ରସ୍‌ କଲଚର ରୋମାଣ୍ଟିକ୍‌ କମେଡି ଏସଟିଏକ୍ସ ଫିଲ୍ମ ଦ୍ୱାରା ନିର୍ମାଣ କରାଯିବ । ତେବେ ଏହି ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ଏବଂ କେବେ ଏହା ଫ୍ଲୋରକୁ ଆସିବ ତାହା ଦେଖିବାକୁ ବାକି ରହିଲା । ସେପଟେ ଦୀପିକା ପକ୍ଷରୁ କିନ୍ତୁ ପୁଣି ହଲିଉଡ ଫିଲ୍ମରେ କାମ କରିବାକୁ ନେଇ କୌଣସି ସୂଚନା ମିଳିନାହିଁ ।

ସୂଚନା ମୁତାବକ, ଦୀପିକା ଫିଲ୍ମ ‘ଛପାକ୍‌’ରୁ ପ୍ରଡ୍ୟୁସର ୱାର୍ଲ୍ଡରେ ଡେବ୍ୟୁ କରିଥିଲେ। ଏଥିରେ ସେ ନିଜେ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହେବା ସହ ତାଙ୍କ କାମକୁ ପ୍ରଶଂସା ମଧ୍ୟ କରାଯାଇଥିଲା ।

Show More

Related Articles

Back to top button