Breaking PLUSଦେଶମୁଖ୍ୟ ଖବର

ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦା ଅଣନିଃଶ୍ବାସୀ

ନୂଆଦିଲ୍ଲୀ:  ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦା ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୩୦୦ ଉପରେ ରହୁଛି।  ଦୀପାବଳିର ଦ୍ବିତୀୟ ସପ୍ତାହରେ ବି ଏକ୍ୟୁଆଇ ଅତି ଖରାପ୍‌ ଶ୍ରେଣୀରେ ରହୁଥିବାରୁ ଦିଲ୍ଲୀ ବାସିନ୍ଦା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କିଛି ଦୀର୍ଘମିଆଦୀ ସମାଧାନ ପନ୍ଥା କାଢ଼ିବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।  ମଙ୍ଗଳବାର ସକାଳେ ଦିଲ୍ଲୀରେ ଅଧିକାଂଶ ସ୍ଥାନ ଧୁଆଁ ଆଚ୍ଛାଦିତ ହୋଇଥିବାବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି।  ସିପିସିବି ( କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଏକ୍ୟୁଆଇ ଆଜି ସକାଳ ୮ଟାରେ ୩୫୫ ଥିଲା। ଏହା ଅତି ଖରାପ୍‌ ଶ୍ରେଣୀରେ ଯାଉଛି।

Show More

Related Articles

Back to top button