Breaking PLUSଦେଶମୁଖ୍ୟ ଖବର

ବିଷ ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦୀପାବଳି ପରେ ଦିଲ୍ଲୀର ସହରର ବାୟୁ ପ୍ରଦୂଷଣ ମାନ ପୁଣି ଥରେ ଅତି ନିମ୍ନସ୍ତରକୁ ଖସିଆସିଛି। ରବିବାର ସହରର ବାୟୁମାନକ ସୂଚକାଙ୍କ ୩୮୨ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ପ୍ରକାଶ। ଏହି ତଥ୍ୟରୁ ଜଣାପଡୁଛି ଯେ ସହରର ପ୍ରଦୂଷଣ ମାତ୍ରା ଗମ୍ଭୀରସ୍ଥିତି ଆଡକୁ ଯାଉଛି। ଏକ୍ୟୁଆଇ ୪୦୦ରୁ ଅଧିକ ରହିଲେ ଏହାକୁ ଗମ୍ଭୀର ବୋଲି ବିବେଚନା କରାଯାଇଥାଏ। ରବିବାର ଦିଲ୍ଲୀର ୪୦ଟି ପ୍ରଦୂଷଣ ମନିଟରିଂ ଷ୍ଟେସନର ରିପୋର୍ଟରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଯାଇଛି। ଆନନ୍ଦ ବିହାର, ଅଶୋକ ବିହାର, ଦ୍ବାରକା, ଜାହାଙ୍ଗିରପୁର, ମୁଣ୍ଡକା, ନଜଫଗଡ, ଲଜ୍‌ପତ ନଗର, ବିବେକ ବିହାର, ରୋହିଣୀ, ପଞ୍ଜାବି ବାଗ ଆଦି ଅଞ୍ଚଳରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଲଜ୍‌ପତ ନଗରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି।

Show More

Related Articles

Back to top button