ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଆସନ୍ତାକାଲି ଗିରଫ ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ସକାଳ ୧୧ଟାରେ ସିବିଅଆଇରେ ହାଜର ପାଇଁ ନୋଟିସ୍ ଜାରି ହୋଇଛି। ଏହି ସମନ ପରେ ଆମ ଅଦମୀ ପାର୍ଟି(ଆପ) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଏହି ସମ୍ମିଳନୀରେ ଆପର ବରିଷ୍ଠ ନେତା ସୌରଭ ଭରଦୱାଜ କହିଛନ୍ତି ଯେ, ଆସନ୍ତାକାଲି ମନିଷ ସିସୋଦିଆଙ୍କୁ ଗିରଫ କରାଯାଇପାରେ। ସେ କହିଛନ୍ତି ଯେ ବିଜେପି ଭୟଭୀତ ଅଛି। ଏ ସମ୍ପର୍କରେ ସିସୋଦିଆ ମଧ୍ୟ ନିଜର ମତ ଟ୍ୱିଟ କରି ରଖିଛନ୍ତି। ସିସୋଦିଆ କହିଛନ୍ତି ଯେ, ଗତଥର ଚଢ଼ଉ ବେଳେ ସିବିଆଇ କିଛି ପାଇ ନଥିଲା। ତେବେ ଏଥର ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସିସୋଦିଆ କହିଛନ୍ତି । ତେବେ ସମନ ମିଳିବା ପରେ ଆମ ଆଦମୀପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ପଦକ୍ଷେପକୁ ସମାଲୋଚନା କରାଯାଇଛି । ଏହାସହ ସିସୋଦିଆଙ୍କୁ ଆସନ୍ତାକାଲି ସିବିଆଇ ଗିରଫ କରିବ ବୋଲି ଆପ୍ ନେତା ସୌରଭ ଭରଦ୍ୱାଜ କହିଛନ୍ତି । କେବଳ ଗୁଜରାଟ ନିର୍ବାଚନକୁ ଲକ୍ଷ୍ୟ ରଖି ସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଭରଦ୍ୱାଜ କହିଛନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ୍ ସିଂ ବୋଲି କହିଛନ୍ତି। ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରେ ମନୀଷ ସିସୋଦିଆଙ୍କ ନାମ ଶୀର୍ଷରେ ରହିଛି। ବାକି ଅଭିଯୁକ୍ତଙ୍କ ନାମ ତଳକୁ ରହିଛି। ଏଭଳି ପରିସ୍ଥିତିରେ ମନୀଷ ସିସୋଦିଆ ହିଁ ଅନୁସନ୍ଧାନ କେନ୍ଦ୍ରରେ ରହୁଛନ୍ତି ବୋଲି ନିଶ୍ଚିତ। ସିସୋଦିଆ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଆହୁରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ।

Show More

Related Articles

Back to top button