Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ଶନିବାରଠାରୁ ଜି-20 ସମ୍ମିଳନୀ, ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି

ଆସନ୍ତା ଶନିବାର ଏବଂ ରବିବାର ଦୁଇଦିନ ଧରି ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି। ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ପକ୍ଷରୁ ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।
ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବା ଲାଗି ବିଭିନ୍ନ ସଂସ୍ଥା ପକ୍ଷରୁ ରିହର୍ସାଲ୍ କରାଯାଉଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ମୂର୍ତ୍ତି ସ୍ଥାପନ, କାରୁକାର୍ଯ୍ୟ ଓ ପ୍ରତିଛବି ଅଙ୍କନ କରାଯାଉଛି। ଜି-୨୦ ପ୍ରତିନିଧିମାନଙ୍କ ଆଗମନ ଲାଗି ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ୧୬୦ଟି ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଛି।