ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ପାଇବ ୧୮ କୋଟିରୁ ଅଧିକ ଟଙ୍କା

ପ୍ରଦୂଷଣ ଜାଲରେ ଅଣନିଶ୍ୱାସୀ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀକୁ ମୁକାବିଲା ପାଇଁ କେନ୍ଦ୍ର ସହଯୋଗ କରିଛି । ଏଥିପାଇଁ ଦିଲ୍ଲୀ ୧୮ କୋଟିରୁ ଅଧିକ ଟଙ୍କା ପାଇବ । ପ୍ରଥମ ଥର ପାଇଁ ନ୍ୟାସନାଲ କ୍ଲିନ୍ ଏୟାର ପ୍ଲାନ୍ (NCAP) ଅଧୀନରେ ଦିଲ୍ଲୀ ଏହି ଆର୍ଥିକ ସହାୟତା ପାଇବ । ୨୦୨୪ ସୁଦ୍ଧା , PM2.5 ପ୍ରଦୂଷଣ ମାତ୍ରାରୁ ୨୦ ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଲକ୍ଷ ରଖାଯାଇଛି । ଦିଲ୍ଲୀ ପ୍ରଦୂଷଣ ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାରୁ ପୂର୍ବରୁ କେନ୍ଦ୍ରକୁ ତାଗିଦ୍ କରିଥିଲେ ସୁପ୍ରିମକୋର୍ଟ ।
କୋର୍ଟ କହିଥିଲେ ମଧ୍ୟ ଦିଲ୍ଲୀବାସୀ ପ୍ରଦୂଷଣରୁ ମୁକ୍ତି ପାଉ ନାହାନ୍ତି । ଦିଲ୍ଲୀର ପ୍ରଦୂଷଣ ଏତେ ମାତ୍ରାରେ ବିଷାକ୍ତ ହୋଇଛି ଯେ, ଏହି ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଅର୍ଥ ଜଣେ ଶିଶୁକୁ ଦିନକୁ ୧୦ ସିଗାରେଟ୍ ଟାଣିବା ସହ ସମାନ ବୋଲି ଡାଟା ଇଣ୍ଟେଲିଜେନ୍ସ ୟୁନିଟ୍ (ଡିଆଇୟୁ) ପ୍ରକାଶ କରିଥିଲା । ସେହିପରି ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍୨.୫ କଣିକା ସ୍ତର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ଯାହା ଫୁସ୍ଫୁସ୍ ପାଇଁ ହାନିକାରକ ବୋଲି ଡିଆଇୟୁ କହିଥିଲା ।
ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍୨.୫ କଣିକା ସ୍ତର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଯାହା ଫୁସ୍ଫୁସ୍ ପାଇଁ ହାନିକାରକ ବୋଲି ଡିଆଇୟୁ କହିଛି । ବିଶେଷଜ୍ଞ ରିଚାର୍ଡ ମୁଲର ଏବଂ ଏଲିଜାବେଥ୍ ମୁଲରଙ୍କ ଆକଳନ ଅନୁସାରେ, ଗୋଟିଏ ଘନମିଟର ପିଏମ୍ ୨.୫ କଣିକାଯୁକ୍ତ ୨୨ ମାଇକ୍ରୋଗ୍ରାମ ବାୟୁ ପ୍ରଶ୍ୱାସରେ ନେବା ଅର୍ଥ ଗୋଟିଏ ସିଗାରେଟ୍ ଟାଣିବା ସହ ସମାନ ।