Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ରାଜଧାନୀରେ କାୟା ବିସ୍ତାର କଲାଣି ଡେଙ୍ଗୁ

ଭୁବନେଶ୍ୱର : ରାଜଧାନୀର ୟୁନିଟ୍‌-୯ ଅଞ୍ଚଳରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଘରେ ଘରେ ଜର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ପଜିଟିଭ୍‌ ରୋଗୀ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ରାଜଧାନୀବାସୀଙ୍କୁ ଡେଙ୍ଗୁ ଡରାଇଲାଣି। ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ । ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି । ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍‌ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶାର ବଂଶ ବୃଦ୍ଧି ପାଉଛି । ବିଏମ୍‌ସି ପକ୍ଷରୁ ମଧ୍ୟ ସଚେତନତା କରାଯାଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button