ରାଜଧାନୀରେ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଷ ଦିଲ୍ଲୀରେ ପ୍ରାୟ ୩୦୦କୁ ବୃଦ୍ଧି ପାଇଛି ମଶା ଦ୍ୱାରା ବ୍ୟାପୁଥିବା ଭେକ୍ଟର ଜନିତ ରୋଗ । ଗତ ଏକ ସପ୍ତାହ ମଧ୍ୟରେ ୫୧ଟି ନୂଆ ମାମଲା ରୁଜୁ ହୋଇଛି। ଏନେଇ ସୋମବାର ପ୍ରକାଶିତ ଏକ ନାଗରିକ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି ।
ଚଳିତ ବର୍ଷ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ୨୯୫ ଟି ମାମଲା ମଧ୍ୟରୁ ୭୫ ଟି ଅଗଷ୍ଟରେ ପଞ୍ଜିକୃତ ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଏହି ରୋଗ ହେତୁ କାହାର ମୃତ୍ୟୁ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ ଜାନୁୟାରୀ ୧ ରୁ ସେପ୍ଟେମ୍ବର ୩ ମଧ୍ୟରେ ଦିଲ୍ଲୀରେ ୧୩୭ ଟି ଡେଙ୍ଗୁ ଆକ୍ରାନ୍ତ ହୋଇଥିଲା। ଏଥି ସହିତ, ଏହି ସଂଖ୍ୟା ୨୦୧୯ ରେ ୧୨୨, ୨୦୨୦ ରେ ୯୬ ଏବଂ ୨୦୨୧ ରେ ୧୨୪ ଥିଲା।୨୦୧୫ ରେ, ମାମଲା ୧୦ ହଜାର ଅତିକ୍ରମ କରିଥିଲା।