Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର ୫ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ, ୩ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି
ଭୁବନେଶ୍ଵର, ୩ ଫେବୃଆରୀ – ରାଜ୍ୟର ୫ଟି ସ୍ଥାନରେ ଆଜି ସକାଳେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ତିନୋଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ରାଉରକେଲା, ଢ଼େଙ୍କାନାଳ, କୋରାପୁଟ, ଭୁବନେଶ୍ଵର ଏବଂ ଚାନ୍ଦବାଲିରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।
ସେହିପରି ପାରାଦୀପ, ସୋନପୁର ଏବଂ ଭବାନୀପାଟଣାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।