Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ୱିନସିଟିରେ ଘନ କୁହୁଡି

ଭୁବନେଶ୍ବର : ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାରେ ଯାତାୟାତରେ ବାଧା ଉପୁଜୁଛି।  ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝରଗଡ଼ ଓ ଅନୁଗୋଳ ଜିଲାକୁ ଘନକୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରବିବାରରୁ ସୋମବାର ସକାଳ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଜିଲାକୁ ଘନକୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ୨୮ ଯାଏଁ ଘନକୁହୁଡ଼ି ସମ୍ଭାବନା ରହିଛି।

Show More

Related Articles

Back to top button