Breaking PLUSଓଡ଼ିଶାମୁଖ୍ୟ ଖବର
ବାଂଲାଦେଶ ଯୁବତୀ ଘଟଣାରେ ଚାଲିଛି ତଦନ୍ତ
ଭୁବନେଶ୍ୱର- ଟୁଇନ ସିଟିରେ ବାଂଲାଦେଶୀଙ୍କ ପ୍ରବେଶ ସହ ଦେହ ବେପାରରେ ଲିପ୍ତ ନେଇ ଅଭିଯୋଗ ଘଟଣାରେ ଡିଜିପି ଓ୍ବାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏ ନେଇ କଟକରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ଦଲାଲଙ୍କୁ ଗିରଫ କରାଯାଇଛି । ଆଗକୁ ଏହି ଧରପଗଡ଼ ଜାରି ରହିବ। ଏହା ସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ। ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟାପକ ହେବ । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ।