Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ- ଢୋଲକିଆଙ୍କ ପତ୍ନୀ

ଭୁବନେଶ୍ୱର- ସ୍ବର୍ଗତଃ ରାଜୁ ଢୋଲକିଆଙ୍କ ପତ୍ନୀଙ୍କର ମର୍ମଭରା ଅଭିବ୍ୟକ୍ତି । ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେନି । ଫୋନ୍ କଲେନି କି ହସ୍ପିଟାଲ୍ ଚିକିତ୍ସା ନେଇ ପଚାରିଲେନି । ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ କଲେନି । ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ । ଆଜି ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି’ । ‘୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ । ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ । ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ବିକାଶ ପାଇଁ ମିଶ୍ରଣ । ‘ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ ।



