ଋଷ୍-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୁରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନ ଉପରେ ପୁଣି ଯୁଦ୍ଧ ଜାରି କରିଦେଇଛି ଋଷ । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶ୍ମଶାନ ପାଲଟିଯାଇଛି ୟୁକ୍ରେନର ବିଭିନ୍ନ ଅଞ୍ଚଳ । ଋଷ୍ ସେନା ଶହ ଶହ ଶବକୁ ଗୋଟିଏ ସ୍ଥାନରେ ପୋତି ଦେଇଥିବା ବେଳେ ଏବେ ସେଗୁଡିକ କଢା ଯାଇ ପୁଣି ଥରେ ଅନ୍ତିମକ୍ରିୟା କରୁଛନ୍ତି ୟୁକ୍ରେନ୍ ବାସୀ ।
ବଡ଼ ବଡ଼ ପାର୍କ ଏବେ ଶ୍ମଶାନ ପାଲଟିଥିବା ବେଳେ ଯାଗାର ଅଭାବ ପଡୁଛି । ଜଙ୍ଗଲ କାଟି ମୃତଦେହକୁ ସମାଧି ଦିଆଯାଉଛି । ୟୁକ୍ରେନ୍ରେ ଏଭଳି ସ୍ଥିତି ପାଇଁ ଋଷକୁ ଦାୟୀ କରିଛନ୍ତି ବିଭିନ୍ନ ଦେଶ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଋଷକୁ ସମାଲୋଚନା କରିବା ସହ ଏଭଳି ଓ୍ବାର କ୍ରାଇମ ପାଇଁ ଜବାବ ଦେବାକୁ ପଡିବ ବୋଲି କହିଛନ୍ତି ।