
ନଭେମ୍ବର ୨ରେ ବଲିଉଡ୍ ବାଦ୍ଶାହ ଶାହାରୁଖଙ୍କ ଜନ୍ମଦିନ । ଏହି ଅବସରରେ ପୁଣି ଥରେ ରିଲିଜ ହେବାକୁ ଯାଉଛି ‘ଦିଲଓ୍ବାଲେ ଦୁଲ୍ହନିଆଁ ଲେ ଯାଏଗେଁ’ । ଏହିଦିନ ଅଭିନେତାଙ୍କ ଏହି ଆଇକନିଂ ଫିଲ୍ମ ସିନେମାଘରେ ଦର୍ଶକେ ଦେଖିପାରିବେ ।
୧୯୯୫ ଅକ୍ଟୋବର ୨୦ରେ ଥିଏଟରରେ ରିଲିଜ ହୋଇଥିଲା ଡିଡିଏଲ୍ଜେ। ଏହା ସିନେମା ଇତିହାସରେ ଦୀର୍ଘ ସମୟ ଧରି ଚାଲିଥିବା ଫିଲ୍ମ ପାଲଟିଥିଲା। ଲକ୍ଡାଉନ୍କୁ ଛାଡ଼ିଲେ ଆଜି ବି ଏହି ଫିଲ୍ମ ଲଗାତାର ୨୭ ବର୍ଷ ଧରି ମୁମ୍ବାଇର ମରାଠା ମନ୍ଦିର ଥିଏଟରରେ ଚାଲୁଛି। ଏବେ ଏହା ମରାଠା ମନ୍ଦିର ବ୍ୟତିତ ସାରା ଦେଶର ଅନେକ ସିନେମାଘରେ ରିଲିଜ ହେବ।
ଦିଲ୍ଲୀ, ମୁମ୍ବାଇ, କୋଲକାତା, କାନପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ପୁଣେ,ସୁରତ ଆଦି ସହରରେ ଫିଲ୍ମ ଲାଗି ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି। ଜନ୍ମଦିନରେ ରିଲିଜ ହେଉଥିବାରୁ ଟିକେଟ ଦାମ୍ ବହୁତ କମ୍ ରହିବ। ଏଣୁ ପୁଣି ଥରେ ଦର୍ଶକେ ଏହାକୁ ଦେଖିବାକୁ ଭିଡ ଜମାଇବେ ବୋଲି ଆଶା କରାଯାଉଛି।
।