ସ୍ୱାସ୍ଥ୍ୟ

ରାତିରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ହୋଇପାରେ ଖରାପ

ଯେପରି ସକାଳେ ଖାଲି ପେଟରେ କିଛି ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ ସେହିଭଳି ରାତିରେ ମଧ୍ୟ ଖାଦ୍ୟରେ ସୁସ୍ଥ ଖାଦ୍ୟ ସାମିଲ କରିବା ଉଚିତ । ଯଦି ଆମେ ରାତିରେ ସୁସ୍ଥ ଖାଦ୍ୟ ଖାଉ ତେବେ ଏହା ଆମ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଯଦି ଆମେ ରାତିରେ ସୁସ୍ଥ ଖାଦ୍ୟ ନଖାଇବା ଏହା ଆମ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ସେହିଭଳି ରାତିରେ ଅସ୍ୱାସ୍ଥ୍ୟକର କିମ୍ବା ହେଭି ଖାଇବା ଯୋଗୁଁ ନିଦ୍ରାହୀନତା, କୋଷ୍ଠକାଠିନ୍ୟ, ଅମ୍ଳ ଆଦି ସମସ୍ୟା ଦେଖାଦେଇପାରେ । ଏଥିପାଇଁ ରାତିରେ କିଛି ଖାଦ୍ୟ ଖାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ।

ହେଭି ଖାଦ୍ୟ :

ରାତିରେ ହେଭି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ହେଭି ଖାଦ୍ୟ ଖାଇବା ଦ୍ୱାରା ପେଟରେ ସମସ୍ୟା ହୋଇଥାଏ । ଏହା ଅମ୍ଳ, ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିପାରେ । ଫଳରେ ଆପଣ ରାତିରେ ପନିରରେ ତିଆରି ଜିନିଷ, ବର୍ଗର, ପିଜ୍ଜା ଆଦି ଠାରୁ ଦୂରେଇ ରହିବା ଉଚିତ । କାରଣ ଏହି ଖାଦ୍ୟ ହଜମ ହେବାକୁ ସମୟ ନେଇଥାଏ । ଏହାଦ୍ବାରା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ।

ମଦ :

ଏମିତିରେ ଅଧିକାଂଶ ଲୋକ କେବଳ ରାତିରେ ମଦ୍ୟପାନ କରିଥାନ୍ତି । କିନ୍ତୁ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ମଦ୍ୟପାନ ନିଦକୁ ପ୍ରଭାବିତ କରିଥାଏ । ତେଣୁ ରାତିରେ ମଦ୍ୟପାନ କରିବ ଉଚିତ ନୁହେଁ ।

ମସଲାଯୁକ୍ତ ଖାଦ୍ୟ :

ରାତି ସମୟରେ ମସଲାଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ । ମସଲାଯୁକ୍ତ ଖାଦ୍ୟ ନିଦ ଏବଂ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ତେଣୁ ରାତି ସମୟରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ।

ଅମ୍ଳ କରାଉଥିବା ଖାଦ୍ୟ :

ଯେଉଁ ଖାଦ୍ୟ ଅମ୍ଳ ସୃଷ୍ଟି କରିଥାଏ ତାହାକୁ ରାତିରେ ଖାଇବା ଅନୁଚିତ । କାରଣ ରାତିରେ ଏପରି ଖାଦ୍ୟ ପଦାର୍ଥ ହଜମ କରିବା କଷ୍ଟକର ହୋଇଥାଏ । ଯେଉଁଥିରେ ଅଧିକ ଫାଇବର ଥାଏ ତାହା ଆମ୍ଲର କାରଣ ହୋଇପାରେ । ଏଥିପାଇଁ ରାତିରେ ଶୁଖିଲା ଫଳ, ବିନ୍, ବ୍ରୋକଲି, ଫୁଲକୋବି, ସ୍ପ୍ରାଉଟସ ଭଳି ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ ।

Show More

Related Articles

Back to top button