Breaking PLUSଓଡ଼ିଶାମୁଖ୍ୟ ଖବର

୫ ଲକ୍ଷରୁ ଅଧିକ ଲୋକଙ୍କୁ କୁକୁର କାମୁଡ଼ିଲାଣି

ଭୁବନେଶ୍ବର – ରାଜ୍ୟରେ ଗତ 2 ବର୍ଷରେ 5ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଲାଣି କୁକୁର ।  ବୁଲା କୁକୁରମାନଙ୍କ ସଂପର୍କରେ ଆଜି ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ବୁଲା କୁକୁରମାନଙ୍କ ପ୍ରତି ସାବଧାନ ରହନ୍ତୁ। କାରଣ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ ହେଉଛନ୍ତି। ସେ କହିଛନ୍ତି,ଗତ ଦୁଇ ବର୍ଷ ଭିତରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷରୁ ଅଧିକ ଲୋକ। ରାଜ୍ୟର ୮ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି। ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ।

Show More

Related Articles

Back to top button