ଦେଶବ୍ୟକ୍ତିତ୍ୱ

ଆଜିବି ମନେପଡନ୍ତି ଡକ୍ଟର ଏ.ପି.ଜେ ଅବଦୁଲ କଲାମ

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ଜନ୍ମଦିନ। ଭାରତର ମିଶାଇଲ ମ୍ୟାନ ଭାବେ ସେ ବେଶ୍ ପରିଚିତ । ଏ.ପି.ଜେ ଅବଦୁଲ କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ। ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କୁ ନେଇ ପୂରା ଦେଶ ଗର୍ବିତ ହେବ ତାହା କେହି କଳ୍ପନା କରିନଥିଲେ। କୋଟି ଭାରତୀୟଙ୍କ ସେ ଥିଲେ ମଉଡମଣି ।ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ କାମ କରିଥିଲେ। ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ କଲାମ୍ ସାମିଲ ହେବାର ସୁଯୋଗ ପାଇଥିଲେ। ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦେଶକ ଥିଲେ ବୈଜ୍ଞାନିକ ଅବଦୁଲ କଲାମ। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ତାଙ୍କର ମୁଖ୍ୟ ଭୂମିକା ଥିଲା।

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ‘ ୧୯୯୦ରେ ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ‘ବୀର ସଭରକର ପୁରସ୍କାର‘ ପ୍ରଦାନ କରିଥିଲେ। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ।  ସେ ନିଜ କର୍ମମୟ ଜୀବନରେ ଗୋଟିଏ କଥା ଶିଖାଇଥିଲେ, ଯେ କୈାଣସି ପରିସ୍ଥିତିରେ ଥିଲେ ବି ଯଦି ସ୍ୱପ୍ନକୁ ପୂରା କରିବାକୁ ଚାହୁଁଛନ୍ତି, ତାହେଲେ ସ୍ୱପ୍ନ ପୂରା କରିବା ଯାଏଁ ସଂଘର୍ଷ ଜାରି ରଖିବାକୁ ପଡିବ।ଆକସ୍ମିକ ହୃଦ୍‌ଘାତରେ ଅବଦୁଲ କଲାମ ୨୦୧୫ ଜୁଲାଇ ୨୭ରେ ପ୍ରାଣ ହରାଇଥିଲେ। କିନ୍ତୁ ବର୍ତ୍ତମାନ ସେ ଏବଂ ତାଙ୍କର ବାଣୀ ପ୍ରତ୍ୟକ ଭାରତୀୟ ହୃଦୟରେ ଏବେବି ବିରାଜିତ ହୋଇ ରହିଛି । ଆଜି ଏହି ମହାନ ଆତ୍ମାଙ୍କ ଜନ୍ମଦିନ ଅବସରରେ ପୂଜ୍ୟ ପ୍ରଣାମ କରାଯାଉଛି  ।

 

 

 

 

Show More

Related Articles

Back to top button