ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଡ.ହରିବାବୁ କମ୍ଭମପତି
ଭୁବନେଶ୍ୱର- ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଡ.ହରିବାବୁ କମ୍ଭମପତି ଶପଥ ଗ୍ରହଣ କରିଛନ୍ତି। ସକାଳ ୧୦ଟା ୧୫ରେ ଶପଥ ପାଠ କରାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଚରଣ ସିଂହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିବା ରାଜ୍ୟପାଳଙ୍କ ନିଯୁକ୍ତି ପତ୍ରକୁ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ପାଠ କରିଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ରାଜ୍ୟପାଳ ଡ.ହରିବାବୁ କମ୍ଭମପତିଙ୍କୁ ଶପଥପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ପୁଲିସ ମହାନିର୍ଦେଶକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ସମେତ ବିଜେପି ଓ ବିଜେଡି ଦଳର ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅବସରରେ ନୂଆ ରାଜ୍ୟପାଳ ଡ.ହରିବାକୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।