Breaking PLUSଦେଶମୁଖ୍ୟ ଖବର
ଶେଷଯାତ୍ରାରେ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର

ଶେଷଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର। ଶନିବାର ସକାଳୁ ମନମୋହନଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଅଭିମୁଖେ ନିଆଯାଇଛି। କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ସାଂସଦ ଓ ନେତାମାନେ ଶେଷ ଦର୍ଶନ କରିବେ। ଏହା ପରେ ବିରାଟ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ। ଶେଷ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯାତ୍ରା ସମୟରେ ଉପସ୍ଥିତ ରହିଛନ୍ତି।