ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ଆଶ୍ଚର୍ଯ୍ୟଜନକ ପୋଷ୍ଟ : ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି
ବଲିଉଡ୍ର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କ ଏକ ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି

ବଲିଉଡ୍ର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କ ଏକ ପୋଷ୍ଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ତାଙ୍କ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ଉଭୟଙ୍କୁ ବିଗ୍ ବସ୍-୧୫ରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ,କିନ୍ତୁ କେବେ ଦେଖି ନଥିଲେ । ବିଗ୍ ବସ୍-୧୫ରେ ଦୁହେଁ ବେଶ୍ ଖୁସିରେ ଥିବା ସହିତ ରୋମାନ୍ସ କରିବାର ମଧ୍ୟ ନଜର ଆସିଥିଲା ।
କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମରେ ରାକ୍ଷୀ ନିଜେ ସୂଚନା ଦେଇଛନ୍ତି। ରାକ୍ଷୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି- ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ’ ଶୋ ପରେ ବହୁତ କିଛି ଘଟି ଯାଇଛି । ଏବଂ ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ । ସବୁଠୁ ଦୁଖଃର ବିଷୟ ଏହାକି ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ଏପରି ଘଟଣା ଘଟିଛି। ବର୍ତ୍ତମାନ ମୋତେ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ ଏବଂ ସୁସ୍ଥ ରହିବା ପାଇଁ ପଡିବ। ମୋତେ ବୁଝିଥିବାରୁ ଏବଂ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍