ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ୨୪ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରହିବେ  ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ତେବେ ଆଜି ମନ୍ଦିର ଦର୍ଶନ କରିବାକୁ ଯିବା ସମୟରେ ତାଙ୍କ ପାଖରେ ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମୀ ଚାରିପଟେ ଘୁରିବୁଲୁଥିବା ଦେଖିବାକୁ ମିଳିଥିଲା।

ଜେଡ୍‌ ପ୍ଲସ୍‌’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମିଳିଥାଏ। ଏହାପରେ ଜେଡ୍ ପ୍ଲସ ସୁରକ୍ଷା ଥାଏ। ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଏସପି ସୁପ୍ରିମୋ ମାୟାବତ୍ତୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ୪୦ ନେତା ଏବେ ଜେଡ୍ ପ୍ଲସ ସୁରକ୍ଷାରେ ରହିଛନ୍ତି। ତେବେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବ୍ଲୁ ବୁକ ଅଧିନରେ ସୁରକ୍ଷା ଯୋଗୋଇ ଦିଆଯାଏ। ଏହି ସୁରକ୍ଷାରେ କମାଣ୍ଡୋମାନେ ମୁର୍ମୁଙ୍କ ରାଇରଙ୍ଗପୁର ବାସଭବନରୁ ଆରମ୍ଭ ହୋଇ ଦିଲ୍ଲୀ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଯୋଗାଇବେ ।

ଦ୍ରୈପଦୀଙ୍କୁ ସୁରକ୍ଷାରେ ୧୦ରୁ ଅଧିକ କମାଣ୍ଡୋ ରହିଥିବା ବେଳେ ୫ଟି ବୁଲେଟ ପ୍ରୁଫ କାର ମୁତୟନ ରହିଛି। ଏଥିସହ ଜଣେ ପିଏସଓଙ୍କୁ ନିଯୁକ୍ତ କରିଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରାଳୟ।  ଆଜି ମଧ୍ୟାହ୍ନ ସମୟରେ ମୁର୍ମୁ ମୟୂରଭଞ୍ଜରୁ ଭୁବନେଶ୍ୱର ଆସିବେ ପରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ,  ୨୫ ତାରିଖ ଦିନ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିବେ ।

 

Show More

Related Articles

Back to top button