ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ୍
ପ୍ଲାଷ୍ଟିକ ବୋତଲ ବ୍ୟବହାର ହିଁ କର୍କଟର ମୁଖ୍ୟ କାରଣ

ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବାରମ୍ବାର ହେଉଥିବା ଶୋଷକୁ ମେଣ୍ଟାଇବା ପାଇଁ ଜଳ ଉପରେ ପ୍ରତ୍ୟକ ବ୍ୟକ୍ତି ନିର୍ଭରଶୀଳ। ଏଥିପାଇଁ ଆବଶ୍ୟକ ସମୟରେ ସମସ୍ତେ ନିଜ ପାଖରେ ପାଣି ବୋତଲଟିଏ ରଖିଥାନ୍ତି , କିନ୍ତୁ ଆପଣମାନେ ଜାଣନ୍ତି କି ଏହି ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା କେତେ ବିପଜନ୍ନକ ଅଟେ । ଯେତେବେଳେ ଏହି ବୋତଲ ଗୁଡିକୁ ଦୀର୍ଘ ସମୟ ଧରି ବ୍ୟବହାର କରାଯାଏ ଏଥିରେ ଫ୍ଲୋରାଇଡ ଓଆର୍ସେନିକ ଭଳି ଏକ ତତ୍ତ୍ୱ ସୃଷ୍ଟି ହୋଇଥାଏ, ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । କୁହାଯାଏ କି ଏହା ଶରୀରରେ ସ୍ଲୋ ପଏଜନ ଭଳି କାମ କରିଥାଏ ।
ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ଲାଷ୍ଟିକ ବୋତଲରେ ରଖାଯାଇଥିବା ପାଣିରୁ ଏକ କେମିକାଲ ସୃଷ୍ଟି ହୋଇଥାଏ । ଏହି କେମିକାଲ୍ ଇମ୍ୟୁନ ସିଷ୍ଟମ ଏବଂ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି କେମିକାଲ ପାଇଁ ଲିଭର କ୍ୟାନସର ର ଆଶଙ୍କା ବୃଦ୍ଧି ପାଇଥାଏ । ଲମ୍ବା ସମୟ ଧରି ଏହି ବୋତଲରେ ପାଣି ରଖିବା ଦ୍ୱାରା ବିପିଏର ନିର୍ମାଣ ହୋଇତାଏ ଯାହାର ଅର୍ଥ ହେଉଛି ବିଫେନାଇଲ ଏ । ଏହା ଗୋଟେପ୍ରକାରର କେମିକାଲ ଅଟେ । ଯାହା ଶରୀରରେ ମୋଟାପା ଭଳି ରୋଗ ମଧ୍ୟ ସୃଷ୍ଟି କରେ ।
ନବଭଆରତ ଟାଇମ୍ସରୁ ମିଳିଥିବା ସୂଚନା ଅନୁଯାୟୀ,ଏହି ବୋତଲରେ ଯେବେ ପାଣି ଗରମ ହୋଇଥାଏ କିମ୍ବା ସୂର୍ଯ୍ୟଙ୍କ ରଶ୍ମୀ ସଂସ୍ପର୍ଶରେ ଆସେ ତେବେ ଏଥିରେ ଟକ୍ସିନ ତିଆରି ହୋଇଥାଏ । ଯାହା ଅନେକ ଲୋକଙ୍କ ଠାରେ କ୍ୟନସରର ସୃଷ୍ଟି କରିଥାଏ ।
ଡକ୍ଟର ସନ୍ଦୀପ ଗୁଲାଟି NBT କୁ କହିଛନ୍ତି, ମାଇକ୍ରୋ ପ୍ଲାଷ୍ଟିକ ହେତୁ ଯଦି ପାଲାଷ୍ଟକ ବୋତଲରୁ ପାଣି ପିଉଛନ୍ତି ତେବେ ପେଟ ସମ୍ୱନ୍ଧୀୟ ରୋଗ ହୋଇପାରେ । ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହା ହରମୋନାଲ ଅସନ୍ତୁଳନକୁ ମଧ୍ୟ ଆଣିପାରେ ଯାହା PCOS,ଓଭାରିଆନ୍ ସମସ୍ୟା, ସ୍ତନ କର୍କଟ, କୋଲୋନ୍ କର୍କଟ, ପ୍ରୋଷ୍ଟେଟ୍ କର୍କଟ, ଏବଂ ଅନ୍ୟାନ୍ୟ କାରଣ ହୋଇପାରେ ।
ଫ୍ରେଡୋନିଆରେ ନ୍ୟୁୟର୍କର ଷ୍ଟେଟ୍ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ବୋତଲରେ ପାଣିରେ ମାଇକ୍ରୋପ୍ଲାଷ୍ଟିକ ହେଉଛି ମିଲିମିଟର ବା ଛୋଟ ଛୋଟ ପ୍ଲାଷ୍ଟିକ୍ ଅଧିକ ମାତ୍ରାରେ ଲୋକପ୍ରିୟ ବ୍ରାଣ୍ଡରେ ରହିଛି । ମାଇକ୍ରୋପ୍ଲାଷ୍ଟିକ ଆବର୍ଜନା ଖଣ୍ଡ 93%ରୁ ଅଧିକ ବୋତଲରେ ପାଣିରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥାଏ ଏବଂ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାଇକ୍ରୋପ୍ଲାଷ୍ଟିକ୍ ବ୍ୟବହାର କରିବାର କୌଣସି ପ୍ରମାଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ,ତଥାପି ଏହା ଏକ ଚିନ୍ତାର ବିଷୟ ।