
ଭୁବନେଶ୍ୱରରେ ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଆନ୍ଦୋଳନ ଘୋଷଣା କରାଯାଇଛି। ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆସନ୍ତା ମେ ୨୦ ତାରିଖରେ ସମଗ୍ର ରାଜ୍ୟରେ ଔଷଧ ଦୋକାନ ବନ୍ଦ ରଖିବାକୁ ଡାକରା ଦିଆଯାଇଛି।
ଆସୋସିଏସନ କହିଛି ଯେ, ଅନଲାଇନ ମାଧ୍ୟମରେ ଔଷଧ ବିକ୍ରିରେ ରିହାତି ମିଳୁଥିବା ସତ୍ତ୍ୱେ ଏହା ଔଷଧର ଗୁଣବତ୍ତା ଓ ନିୟମ ନିୟନ୍ତ୍ରଣକୁ ଅଣଦେଖା କରୁଛି। ଏହି ପ୍ରସଙ୍ଗ ସହିତ ଆହୁରି ତିନିଟି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।
ଏହି ନିଷ୍ପତ୍ତି ପରେ ମେ ୨୦ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବା ସମ୍ଭାବନା ରହିଛି।



