ମୁଖ୍ୟ ଖବରରାଜନୀତି

ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ପେଟ୍ରୋଲ ସଞ୍ଚୟ ପାଇଁ ଆହ୍ୱାନ; ଗାଡ଼ି ସଂଖ୍ୟାକୁ ଅଧା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଏସିଆର ଅସ୍ଥିର ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନିଜ ସରକାରୀ ଗାଡ଼ି ବହିନୀର ଗାଡ଼ି ସଂଖ୍ୟାକୁ ଅଧା କରିଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମଧ୍ୟ ଆବଶ୍ୟକ ନଥିଲେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର ନକରି ସାଧାରଣ ପରିବହନ ସେବା ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଅନାବଶ୍ୟକ ଯାତ୍ରା ଓ ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ସୁନା କିଣିବା ଏବଂ ଅତ୍ୟାବଶ୍ୟକ ନଥିବା ବିଦେଶ ଯାତ୍ରାକୁ ସ୍ଥଗିତ ରଖିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ କରିଛନ୍ତି।

Show More

Related Articles

Back to top button