Breaking PLUSଦେଶମୁଖ୍ୟ ଖବରରାଜନୀତି

ଗୋଆ ନିର୍ବାଚନ: ଜିଏଫ୍‌ପି ସହ ମେଣ୍ଟ କଲା ଆପ୍

ପଣଜୀ: ଆଗାମୀ ଗୋଆ ବିଧାନସଭା ନିର୍ବାଚନକୁ ନେଇ ଆମ୍‌ ଆଦମୀ ପାର୍ଟି (ଆପ୍) ବଡ଼ ରାଜନୈତିକ ଘୋଷଣା କରିଛି। ଗୋଆ ଫରୱାର୍ଡ ପାର୍ଟି (ଜିଏଫ୍‌ପି) ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଦଳର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି।

ଗୋଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି, ଆପ୍‌ ଓ ଜିଏଫ୍‌ପି ମିଳିତ ଭାବେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ। ଉଭୟ ଦଳର ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ ରଖାଯାଇଛି।

ଏହି ମେଣ୍ଟ ଘୋଷଣା ପରେ ଗୋଆରେ ନୂଆ ନିର୍ବାଚନୀ ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ ଉଭୟ ଦଳର ମିଳିତ ରଣନୀତି କିଭଳି ରହିବ, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

Show More

Related Articles

Back to top button